ଆଜିଠୁ ସଂସଦ ଶୀତ ଅଧିବେଶନ,ସରକାରଙ୍କୁ ଘେରିବେ ବିରୋଧୀ

ଆଜିଠୁ ସଂସଦ ଶୀତ ଅଧିବେଶନ,ସରକାରଙ୍କୁ ଘେରିବେ ବିରୋଧୀ

ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ପ୍ରସଙ୍ଗ ନେଇ ଶୀତ ଅଧିବେଶନ ସରଗରମ ହୋଇପାରେ। ଚଳିତ ଅଧିବେଶନରେ ୱାକଫ୍ ସଂଶୋଧନ ବିଲ୍ ସମେତ ମୋଟ ୧୬ଟି ବିଲ୍ ତାଲିକାଭୁକ୍ତ ହୋଇଥିବା ବେଳେ ମଣିପୁରରେ ଚାଲିଥିବା ଜାତିଗତ ହିଂସା ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ପ୍ରସଙ୍ଗକୁ ଉଠାଇପାରନ୍ତି ବିରୋଧୀ।

ସଂସଦରେ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗ ନେଇ ହଙ୍ଗାମା ହୋଇପାରେ। ଆଦାନୀ ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମିଳିତ ସଂସଦୀୟ କମିଟି ଦ୍ୱାରା ଅଭିଯୋଗର ତଦନ୍ତ ଦାବି କରିଛନ୍ତି। ଶୀତ ଅଧିବେଶନ ପୂର୍ବରୁ ଗତକାଲି ବସିଥିଲା ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ସର୍ବଦଳୀୟ ବୈଠକରେ ଯୋଗଦେଇ ବିଜେଡି ସାଂସଦ ସସ୍ମିତ ପାତ୍ର ସ୍ବତନ୍ତ୍ର ରାଜ୍ଯପାହ୍ଯା ମାନ୍ଯତା, ପୋଲାଭରମ, ମହାନଦୀ, କୋଇଲା ରୟାଲଟି, ଜାତୀୟ ରାଜପଥ, ନୂଆ ଏମସ, ଆଦିବାସୀ ବିକାଶ, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ଯାହାର ଆଦି ପ୍ରସଙ୍ଗ ଉଠାଇଥିଲେ।

Related post

ଆଜି ଓଟିଇଟି ପରୀକ୍ଷା, ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ

ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ସମସ୍ତ ନୋଡାଲ ସେଣ୍ଟରରେ ରହିଛି । ମାଧ୍ୟମିକ…

ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦, ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ ମ୍ୟାଚ ବିଶିଷ୍ଟ ସିରିଜ୍ ରେ ୨-୧ରେ ଆଗୁଆ…
୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି : ମୁଖ୍ୟମନ୍ତ୍ରୀ

୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି…

ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରାଜ୍ୟର ବିକଶିତ ଲକ୍ଷ୍ୟ ନେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୩୬ ପାଇଁ…

Leave a Reply

Your email address will not be published. Required fields are marked *