
ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ
- ରାଜ୍ୟ
- January 13, 2025
- No Comment
- 12
ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ । ୨୨ ତାରିଖ ପର୍ଯ୍ୟନ୍ତ ଉଦ୍ୟାନ ଖୋଲାରହିବ । ଅପରାହ୍ନ ୨ଟା୩୦ରୁ ସଂଧ୍ୟା ୫ଟା ଯାଏଁ ଉଦ୍ୟାନ ପିରଦର୍ଶନ ସମୟ ଧାଯ୍ୟ କରାଯାଇଛି। ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ୟମରେ ପ୍ରବେଶ ଅନୁମତି ରହିଛି। ସେହିପରି ସ୍କୁଲପିଲାଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ସକାଳ ୮ଟା ୩୦ରୁ ୧୦ ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।
ସ୍କୁଲ ଛାତ୍ରଛାତ୍ରୀ ସ୍କୁଲ ୟୁନଫର୍ମ ଓ ପରିଚୟ କାର୍ଡ ପିନ୍ଧି ଶିକ୍ଷକ, ଶିକ୍ଷୟତ୍ରୀ କିମ୍ବା କର୍ମଚାରୀଙ୍କ ତତ୍ତ୍ବାବଧାନରେ ଆସିବେ। ଏଥିପାଇଁ ଏଡିସି କିମ୍ବା ଚିଫ ସିକ୍ୟୁରିଟି ଅଫିସରଙ୍କୁ ବିଦ୍ୟାଳୟ କତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ପାଇଁ ଅନୁରୋଧ ପତ୍ର ପଠାଇବେ ।