ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, ଇଂରାଜୀ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
- ରାଜ୍ୟ
- February 24, 2025
- No Comment
- 113
ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ । ଇଂରାଜୀ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ରାଜ୍ୟର ୨ହଜାର ୯୯୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି ୫ଲକ୍ଷ ୫୧ ହଜାର ପରୀକ୍ଷାର୍ଥୀ । ପ୍ରଥମ ଦିନ ପରୀକ୍ଷା ଭଲରେ ସରିଛି । ଯେହେତୁ ପରୀକ୍ଷା ଆରମ୍ଭ ଦିନ ବା ପ୍ରଥମ ଦିନ ସାହିତ୍ୟ ଥିଲା । କପି ରୋକିବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଯେଉଁଥିରେ ପରୀକ୍ଷାର୍ଥୀ ଭଲ କରିଥିଲେ ବି ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଆଜି ଇଂରାଜୀ ପରୀକ୍ଷା ରହିଛି। ତେଣୁ ମନରେ କୋଉଠି ନା କୋଉଠି ଟିକେ ଭୟ ରହିଛି। ତେଣୁ ଦ୍ୱିତୀୟ ଦିନ ବି ପରୀକ୍ଷା ସୁରୁଖୁରୁରେ ସମ୍ପାଦନ ହେବ ବୋଲି ଆଶା କରାଯାଉଛି। ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା କରାଯାଇଛି । କପି ରୋକିବାକୁ ୪୨ଟି ବୋର୍ଡ ସ୍କ୍ୱାଡ, ୭୨ଟି ଫ୍ଲାଇଂ ସ୍କ୍ୱାଡ ଗଠନ ହୋଇଛି ।
ସମ୍ବେଦଶନଶୀଳ ଓ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଏଆଇ କ୍ୟାମେରା ବ୍ୟାବସ୍ଥା କରାଯିବା ସହ ସମସ୍ତ ନୋଡାଲ ସେଂଟରରେ ଲାଇଭ ଷ୍ଟ୍ରିମିଂ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଖଂଜା ଯାଇଛି । ପରୀକ୍ଷା କେନ୍ଦ୍ରରେ ଏଥର କଡ଼ା ପୁଲିସ ପାଟ୍ରୋଲିଂ କରାଯାଇଛି ।