ଟ୍ରମ୍ପ ଆରମ୍ଭ କଲେ ମହାଯୁଦ୍ଧ!ସମୁଦ୍ରରେ କଲେ ସବୁଠୁ ବଡ଼ ନାକାବନ୍ଦୀ

ଭେନେଜୁଏଲା ବିରୋଧରେ ଟ୍ରମ୍ପଙ୍କ ‘ମହାଯୁଦ୍ଧ’! । ସମୁଦ୍ର ମଝିରେ ଅଟକିଲା ତେଲ ଟ୍ୟାଙ୍କର । ଆମେରିକାର ସବୁଠୁ ବଡ଼ ନାକାବନ୍ଦୀ । ମାଦୁରୋ ସରକାରକୁ ‘ଆତଙ୍କବାଦୀ’ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି । ଗତ ୧୬ ତାରିଖରେ ଆମେରିକା ଭେନେଜୁଏଲାର ସମସ୍ତ ତୈଳ ଟ୍ୟାଙ୍କର ଉପରେ “ସମ୍ପୂର୍ଣ୍ଣ ରୋକ୍” ବା ବ୍ଲକେଡ୍ ଲଗାଇବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ ।

ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଶାସନକୁ ଏକ “ବିଦେଶୀ ଆତଙ୍କବାଦୀ ସଙ୍ଗଠନ” ବୋଲି ଆଖ୍ୟା ଦେଇଛନ୍ତି । ଭେନେଜୁଏଲା ଚୋରି ତେଲ ବିକ୍ରି କରି ସେହି ଟଙ୍କାରେ ଡ୍ରଗ୍ସ କାରବାର, ମଣିଷ ଚାଲାଣ ଏବଂ ହତ୍ୟା ଭଳି ଅପରାଧ କରୁଥିବା ଅଭିଯୋଗ ହୋଇଛି । ଦକ୍ଷିଣ ଆମେରିକା ଇତିହାସର ସବୁଠାରୁ ବଡ଼ ନୌସେନା ବାହିନୀ ବର୍ତ୍ତମାନ ଭେନେଜୁଏଲାକୁ ଚାରିପଟୁ ଘେରି ରହିଛି ।

ଆମେରିକାର ସମ୍ପତ୍ତି ଏବଂ ତୈଳ ଫେରସ୍ତ ନ ମିଳିବା ଯାଏଁ ସେନା ହଟିବ ନାହିଁ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଆମେରିକା ନିକଟରେ ଭେନେଜୁଏଲାର ତେଲ ଟ୍ୟାଙ୍କର ଜବତ କରିବା ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଛି । ଏହି ଘଟଣା ପରେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ସାମାନ୍ୟ ବଢ଼ିଛି । ମାଦୁରୋ ଏହାକୁ ଆମେରିକାର ଦାଦାଗିରି ବୋଲି କହିଛନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଭେନେଜୁଏଲାର ଅର୍ଥନୀତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେବ ବୋଲି କୁହାଯାଉଛି ।

Related post

ଆମେରିକା କ୍ୟାବିନେଟ୍ ରେ ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ଦେଲେ ବଡ଼ ଦାୟିତ୍ବ

ଆମେରିକା କ୍ୟାବିନେଟ୍ ରେ ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ଦେଲେ…

ଆମେରିକାର ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନସୀ ବା ସରକାରୀ ଦକ୍ଷତା ବିଭାଗ ପ୍ରମୁଖଭାବେ ଦାୟିତ୍ବ ତୁଲାଇବେ । ଏଲନ ମସ୍କ ହେଉଛନ୍ତି ସ୍ପେଶ ଏକ୍ସ, ଟେସଲା ଓ ସୋସିଆଲ…
ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ  : ଟ୍ରମ୍ପ ଓ କମଳା ମଧ୍ୟରେ ଲଢ଼େଇ

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ ଓ କମଳା ମଧ୍ୟରେ…

ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ଡୋନାଲଡ୍ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରୁ ଆସନ୍ତାକାଲି ସକାଳ ୬ଟା ୩୦…
ପ୍ରଚାରର ଶେଷ : ଦିନକ ପରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

ପ୍ରଚାରର ଶେଷ : ଦିନକ ପରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

ପ୍ରଚାରର ଶେଷ ଦିନରେ ଭୋଟରଙ୍କ ନିକଟତର ହେଲେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ପ୍ରତିଦ୍ବନ୍ଦ୍ବୀ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…

Leave a Reply

Your email address will not be published. Required fields are marked *